Categories: ବାଣିଜ୍ୟ

୩୬୬ ଶ୍ରମିକ ସ୍ବତନ୍ତ୍ର ଟ୍ରେନରେ ଫେରିଛନ୍ତି ୪ ଲକ୍ଷ ପ୍ରବାସୀ

ନୂଆଦିଲ୍ଲୀ, ୧୧।୫ – ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇବା ଲାଗି ବର୍ତ୍ତମାନ ସୁଦ୍ଧା ୩୬୬ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନର ସୁବିଧା କରାଯାଇଛି । ଏହି ଟ୍ରେନଗୁଡିକରେ ବିଭିନ୍ନ ରାଜ୍ୟକୁ ୪ ଲକ୍ଷ ପ୍ରବାସୀଙ୍କୁ ପଠାଇବା ବ୍ୟବସ୍ଥା ହୋଇଛି। ଏହି ସମସ୍ତ ପ୍ରବାସୀ ଶ୍ରମିକଙ୍କ ଗସ୍ତ ଖର୍ଚ୍ଚ ବାବଦ ଅର୍ଥ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୮୫:୧୫ ପ୍ରତିଶତ ହିସାବରେ ବହନ କରିବେ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଟୁଇଟ୍‌ ଯୋଗ ସୂଚନା ଦେଇଛନ୍ତି। ରବିବାର ସୁଦ୍ଧା ୨୮୭ ଟି ଟ୍ରେନ ପହଞ୍ଚତ୍ ସାରିଥିବା ବେଳେ ୭୯ଟି ଟ୍ରେନ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରି ସାରିଛି। ଏହି ୨୮୭ଟି ମଧ୍ୟରୁ ଆନ୍ଧ୍ରପ୍ରଦେଶକୁ ୧, ବିହାର ୮୭, ହିମାଚଳ ପ୍ରଦେଶ ୧, ଝାଡଖଣ୍ଡ୧୬, ମଧ୍ୟ ପ୍ରଦେଶ ୨୪, ମହାରାଷ୍ଟ୍ର୩, ଓଡିଶା ୨୦, ରାଜସ୍ଥାନ ୪, ତେଲଙ୍ଗାନା ୨, ଉତ୍ତର ପ୍ରଦେଶ ୧୨୭, ପଶ୍ଚିମବଙ୍ଗ ୨ ଆଦି ବିଭିନ୍ନ ଷ୍ଟେସନରେ ପହଞ୍ଚତ୍ ସାରିଛି। ପ୍ରତି ଟ୍ରେନରେ ୧୨୦୦ଜଣ ଯାତ୍ରୀ ଏବଂ ୨୪ଟି ବଗି ସହ ଯାତ୍ରା କରୁଛି। ପ୍ରତି ବଗିରେ ୭୨ସିଟ୍‌ ଓ ୫୪ ଜଣ ଯାତ୍ରୀ ସାମାଜିକ ଦୂରତା ଓ ନିୟମ ଅନୁସାରେ ଯାତ୍ରା କରୁଛନ୍ତି।

Share