Categories: ଜାତୀୟ

୩୬ ଘଣ୍ଟା ପରେ ମୁହଁ ଖୋଲିଲେ ସରକାର: ଜୁନ ୧୯ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ, ୧୭।୬: ଭାରତ ଚାଇନା ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବାର ୩୬ ଘଣ୍ଟା ପରେ ସରକାର ମୁହଁ ଖୋଲିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୧୯ ଅପରାହ୍ନ ୫ରେ ସର୍ବଦଳୀୟ ବୈଠକ ପାଇଁ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏଥିରେ ସମସ୍ତ ରାଜନୈତିକ ଦଳର ନେତାମାନେ ଉପସ୍ଥିତ ରହିବେ। ଭିଡ଼ିଓ କନଫରେନ୍ସିଂରେ ଏହି ବୈଠକ କରାଯିବ। ବୁଧବାର ଅପରାହ୍ନ ୧ଟା ୨୫ରେ ମୋଦି ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି।

Share