୩୬ ବର୍ଷରେ ଜାନଭୀ: ୪ ବର୍ଷରେ ଥରେ ପାଳନ କରନ୍ତି ଜନ୍ମଦିନ

ମୁମ୍ବାଇ: ଛୋଟ ପରଦାର ସୁନ୍ଦରୀ ନାୟିକା ଜାନଭୀ ଛେଡ଼ା ଶନିବାର ୩୬ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୮୪ ଫେବୃୟାରୀ ୨୯ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପ୍ରତି ୪ ବର୍ଷରେ ଥରେ ଅଧିବର୍ଷ ପଡ଼ିଲେ ଫେବୃୟାରୀ ମାସ ୨୯ ଦିନ ହୁଏ। ତେଣୁ ତାଙ୍କୁ ଜନ୍ମଦିନ ପାଳନ କରିବା ପାଇଁ ୪ ବର୍ଷ ଅପେକ୍ଷା କରିବାକୁ ପଡ଼ିଥାଏ। ଏବେ ତାଙ୍କର ଜନ୍ମଦିନ ପୁଣି ୨୦୨୪ରେ ପଡ଼ିବ ବୋଲି ଜାନଭୀ କୁହନ୍ତି। ତେବେ ଏନେଇ ସେ କେବେ ମନ ଦୁଃଖ କରି ନ ଥାନ୍ତି। ବାଳିକା ବଧୁ ସିରିଏଲ୍‌ରେ ଜାନଭୀଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା। ସେହିପରି ସିଆଇଡି ସିରିଏଲ୍‌ରେ ସେ ଇନସ୍ପେକ୍ଟର ଭାବେ ମଧ୍ୟ ଅଭିନୟ କରିଛନ୍ତି। ୨୦୧୧ରେ ଜାନଭୀ ବୟଫ୍ରେଣ୍ଡ୍‌ ନିଶାନ୍ତ ଗୋପାଲିଆଙ୍କୁ ବିବାହ କରିଥିଲେ। ଏହାପରେ ଜାନଭୀ ଅଭିନୟ ଜଗତରୁ ଦୂରେଇ ରହିଯାଇଥିଲେ। ତେବେ ମନପସନ୍ଦର ଭୂମିକା ମିଳିଲେ ସେ ପୁଣି ଅଭିନୟ କରିବେ ବୋଲି ଏକ ସାକ୍ଷାତ୍‌କାରରେ କହିଥିଲେ।

Share