Advertisement
Categories: ଫୁରସତ

୩୬ ହଜାର କିଲୋମିଟର ପାଦରେ ଚାଲି ବୃଦ୍ଧା ମା’ଙ୍କୁ କରାଇଲେ ତୀର୍ଥଯାତ୍ରା..

ପୁରାଣରେ ଶ୍ରବଣ କୁମାର ଦୃଷ୍ଟି ବାଧିତ ମାତା ପିତାଙ୍କୁ ଭାରରେ ବୋହି ତୀର୍ଥଯାତ୍ରା କରାଇଥିବା ଉଲ୍ଲେଖ ରହିଛି। ସେହିପରି ମଧ୍ୟପ୍ରଦେଶ ଜବଲପୁରରେ ବାସ କରୁଥିବା କୈଳାସ ଗିରି ବ୍ରହ୍ମଚାରୀ ନାମକ ଜଣେ ଯୁବକ ନିଜ ଦୃଷ୍ଟି ବାଧିତ ମା’ଙ୍କୁ ୩୬ ହଜାର  କିଲୋମିଟର ପାଦରେ ଚାଲି ଚାଲି ଭାରରେ ବୋହି ତୀର୍ଥଯାତ୍ରା କରାଇଛନ୍ତି। କୈଳାସ ୨୦ ବର୍ଷ ତଳେ ନିଜର ଯାତ୍ରା ଆରମ୍ଭ କରିଥିଲେ। ସେତେବେଳେ ତାଙ୍କୁ ୨୫ରୁ ଅଧିକ ବର୍ଷ ହୋଇଥିଲା। ଏବେ ସେ ୪୫ରୁ ଅଧିକ ବର୍ଷ ବୟସ୍କ ହୋଇଛନ୍ତି। ସେ ମା’ଙ୍କୁ ନେଇ ତୀର୍ଥଯାତ୍ରା ସକାଳ ୬ଟାରୁ ଆରମ୍ଭ କରୁଥିଲେ। ଇତିମଧ୍ୟରେ କୈଳାସ ମା’ଙ୍କୁ  ଦେଶର ସମସ୍ତ ତୀର୍ଥ ସ୍ଥାନ ବୁଲାଇ ସାରିଛନ୍ତି।

Share