Categories: ବାଣିଜ୍ୟ

୩୭୦ ଅନୁଚ୍ଛେଦ ଉଚ୍ଛେଦ;ଜମ୍ମୁ-କଶ୍ମୀରରେ ରିଏଲ ଇଷ୍ଟେଟ ପାଇଁ ସୁଯୋଗ

ନୂଆଦିଲ୍ଲୀ,୧୧-୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ଏବେ ସେଠାକାର ରିଏଲ ଇଷ୍ଟେଟରେ ନିବେଶ ସୁଯୋଗ ସୃଷ୍ଟି ହୋଇଛି। ଦେଶର ବୃହତ ରିଏଲ ଇଷ୍ଟେଟ କମ୍ପାନୀ ଲଦାଖ ଓ ଜମ୍ମୁ-କଶ୍ମୀରରେ ନିବେଶ କରିପାରିବେ ବୋଲି କ୍ରେଡାଇ ଅଧ୍ୟକ୍ଷ ଜ୍ୟାକ୍‌ସେ ଶାହ ମିଡିଆ ସହ ଆଲୋଚନା କାଳନରେ କହିଛନ୍ତି। ଉପତ୍ୟକାରେ ରିଏଲ ଇଷ୍ଟେଟ ସେକ୍ଟରରେ ନିବେଶ ପାଇଁ ବିଲ୍ଡରମାନେ ଦୀର୍ଘଦିନ ହେବ ଅପେକ୍ଷା କରିଥିଲେ ବୋଲି ସେ କହିଛନ୍ତି। ସେମାନେ ରାଜ୍ୟରେ ଆବାସିକ ଓ ବାଣିଜି୍ୟକ ସମ୍ପତ୍ତିରେ ନିବେଶ କରିବେ। ଏଥିସହିତ ପରିବେଶକୁ କ୍ଷତି ନ ପହଞ୍ଚାଇ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ସେଠାରେ ଅଧିକ ସଂଖ୍ୟାରେ ଗଲ୍ଫ କୋର୍ସ, ହୋଟେଲ ଓ ଅନ୍ୟ ସମସ୍ତ ସୁବିଧାର ବିକାଶ ସମ୍ଭାବନା ରହିଛି। ଇସ୍ରାଏଲର ତେଲ ଆଭିଭରେ ଏବେ କ୍ରେଡାଇର ବୈଠକ ଚାଲିଛି। ରିଏଲ ଇଷ୍ଟେଟ ସେକ୍ଟରରେ ମାନ୍ଦାବସ୍ଥା ଆସିବା ସତ୍ତ୍ୱେ ବହୁ ସଂଖ୍ୟାରେ ବିଲ୍ଡର ଏବେ ମଧ୍ୟ ବଜାରରେ ତିଷ୍ଠି ରହିଥିବାରୁ ଶାହ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ଡେଭଲପରଙ୍କ ଦୃଢ଼ତାକୁ ଦର୍ଶାଉଛି ବୋଲି ସେ କହିଛନ୍ତି। କ୍ରେଡାଇ ପ୍ରେଡିଡେଣ୍ଟ ସତୀଶ ମାଗର ଗୃହ ଋଣ ଉପରେ ସୁଧ ହାରକୁ ୭.୫%କୁ ହ୍ରାସ କରିବା ଆବଶ୍ୟକ ବୋଲି କହିଛନ୍ତି। ସେହିପରି କ୍ରେଡାଇ ସଚିବ ପଙ୍କଜ ଗୋୟଲ ସିଷ୍ଟମକୁ ଅଧିକ ନମନୀୟ କରିବା ଉପରେ ଜୋର୍‌ ଦେଇଛନ୍ତି।

Share