ଅହମ୍ମଦାବାଦ,୩୦।୯:କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସୋମାବାର ପୁଣି ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ନେଇ ମତ ରଖିଛନ୍ତି। ଅହମ୍ମଦାବାଦରେ ଆୟୋଜିତ ଆରଏଏଫର ୨୭ତମ ସ୍ଥାପନା ଦିବସରେ ଭାଗ ନେଇ ଶାହ କହିଛନ୍ତି, ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ୩୫ ହଜାର ଶହୀଦଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି। ସେଠାରେ ସ୍ଥାୟୀ ଶାନ୍ତି ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ପାଇଁ ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହାସହ ସେ କଶ୍ମୀର ଲୋକଙ୍କୁ ଭରସା ଦେଇ କହିଛନ୍ତି, ଏଥର ରାଜ୍ୟ ବିକାଶ ଆଡକୁ ଅଗ୍ରସର ହେବ। ସେଠାରେ ଶାନ୍ତି ସ୍ଥାପନ ପାଇଁ ସବୁ ପ୍ରକାର ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।