Categories: ଜାତୀୟ

୩୭୦ ଉଚ୍ଛେଦ ପରଠୁ ୭୬୫ ଗିରଫ

ନୂଆଦିଲ୍ଲୀ,୨୦ା୧୧(ପି.ଟି.):ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ହଟାଇବା ପରଠୁ ସେଠାରେ ଆତଙ୍କ ଦମନ ପାଇଁ ୭୫୬ ଟେକାମାଡ଼କାରୀ ଓ ବିଶୃଙ୍ଖଳା ସୃଷ୍ଟିକାରୀଙ୍କୁ ସୁରକ୍ଷା ବଳ ଗିରଫ କଲାଣି। ଅଗଷ୍ଟ ୫ରୁ ନଭେମ୍ବର ୧୫ ମଧ୍ୟରେ ୭୬୫ ଜଣଙ୍କୁ ଗିରଫ କରାଯାଇଛି। ୧୯୦ଟି ଟେକାମାଡ଼ ମାମଲା ରୁଜୁ କରାଯାଇଛି ବୋଲି ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀ ସୂଚନା ଦେଇଛନ୍ତି।

Share