Categories: ଜାତୀୟ

୩୭୦ ଉଚ୍ଛେଦ ପରେ ପ୍ରଥମ କରି ମାର୍ଚ୍ଚରେ ଜମ୍ମୁ-କଶ୍ମୀରରେ ହେବ ନିର୍ବାଚନ

ଜମ୍ମୁ,୧୩।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦର ପ୍ରାୟ ୬ ମାସ ପରେ ପ୍ରଥମ କରି ନିର୍ବାଚନ ହେବାକୁ ଯାଉଛି। ମାର୍ଚ୍ଚ ୫ରୁ ୨୦ ମଧ୍ୟରେ ଏଠାରେ ପଞ୍ଚାୟତ ନିର୍ବାଚନ କରାଯିବ ବୋଲି ଗୁରୁବାର ନିର୍ବାଚନ କମିଶନର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟରେ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବ ପରେ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳ କରିଦିଆଯାଇଥିଲା। ଏବେ ଏହି ନିର୍ବାଚନ ୮ଟି ପର୍ଯ୍ୟାୟରେ ହେବ। ମୁଖ୍ୟ ନିର୍ବାଚନ ଅଧିକାରୀ ଶୈଳେନ୍ଦ୍ର କୁମାରଙ୍କ ସୂଚନା ଅନୁଯାୟୀ, ସମସ୍ତ ପର୍ଯ୍ୟାୟରେ ବାଲଟ ପେପର ମାଧ୍ୟମରେ ନିର୍ବାଚନ କରାଯିବ। ଗୁରୁବାରଠାରୁ ଜମ୍ମୁ-କଶ୍ମୀରରେ ନିର୍ବାଚନ ଆଚାର ସଂହିତା ଲାଗୁ କରାଯାଇଛି।

Share