ଇସଲମାବାଦ, ୬।୮: ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ୍ ଆଫ୍ରିଦ୍ ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠାଇଯିବାକୁ ନେଇ ମୁହଁ ଖୋଲିଛନ୍ତି। ଏନେଇ ସେ ଜାତିସଂଘକୁ କଡା ସମାଲୋଚନା କରିଛନ୍ତି। ଏହି ମାମଲାରେ ଜାତିସଂଘ ଦଖଲ ଦେବା ଉଚିତ। କଶ୍ମୀର ଲୋକଙ୍କୁ ଜାତିସଂଘ ପ୍ରସ୍ତାବ ଅନୁଯାୟୀ ଅଧିକାର ଦେବା ଆବଶ୍ୟକ ବୋଲି ସେ ଯୁକ୍ତି ବାଢିଛନ୍ତି। କଶ୍ମୀର ପ୍ରସଙ୍ଗରେ ଏତେ ବଡ ନିଷ୍ପତ୍ତି ନିଆଯାଉଛି ଜାତିସଂଘ କ’ଣ ଶୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିରେ ଆମେରିକା ମଧ୍ୟସ୍ଥତା କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ପୂର୍ବରୁ ୨୦୧୬ ଟି-୨୦ ବିଶ୍ୱକପ୍ ଚାଲିଥିଲାବେଳେ ମଧ୍ୟ କଶ୍ମୀର ପ୍ରସଙ୍ଗରେ ମତ ଦେଇ ଆଫ୍ରିଦ୍ ବିବାଦ ଘେରକୁ ଆସିଥିଲେ।