Advertisement
Categories: ଜାତୀୟ

୩୭୦ ଭୋଟରେ ଲୋକ ସଭାରେ ପାସ୍‌ ହେଲା ଜମ୍ମୁ-କଶ୍ମୀର ପୁର୍ନଗଠନ ବିଲ୍‌

ନୂଆଦିଲ୍ଲୀ,୬।୮: ରାଜ୍ୟ ସଭା ପରେ ଲୋକ ସଭାରେ ଗୃହୀତ ହୋଇଛି ଜମ୍ମୁ-କଶ୍ମୀର ପୁର୍ନଗଠନ ବିଲ୍‌। ଉକ୍ତ ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବଂ ୩୫(ଏ) ଉଚ୍ଛେଦ ବିଲ୍‌ ମଙ୍ଗଳବାର ବହୁମତରେ ପାସ୍‌ ହୋଇଛି। ବିଲ୍‌ ସପକ୍ଷରେ ୩୭୦ଟି ଭୋଟ ପଡ଼ିିଥିବା ବେଳେ ବିପକ୍ଷରେ ଯାଇଛି ମାତ୍ର ୭୦ ଭୋଟ।

ପ୍ରକାଶଯୋଗ୍ୟ, ସୋମବାର ରାଜ୍ୟ ସଭାରେ ଉକ୍ତ ବିଲ୍‌କୁ ଉଚ୍ଛେଦ ନେଇ ବିଲ୍‌ ପାସ ହୋଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ରାଜ୍ୟ ସଭାରେ ଆଗତ କରିଥିବା ଏହି ପ୍ରସ୍ତାବ ବହୁମତରେ ଗୃହୀତ ହୋଇଥିଲା। ଏଥିରେ ଜମ୍ମୁ-କଶ୍ମୀରଠାରୁ ଲଦାଖକୁ ଅଲଗା କରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ପ୍ରତିଷ୍ଠା କରାଯିବାକୁ ପ୍ରସ୍ତାବ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share