୩୭ ବର୍ଷରେ ଜଳକଳଙ୍ଗ ଗଜଲକ୍ଷ୍ମୀ ପୂଜା

ହାଟଡିହୀ,୧୩।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ବଜାର ସାର୍ବଜନୀନ ପୂଜା କମିଟି ପକ୍ଷରୁ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଛି। ଦୀର୍ଘ ୩୭ବର୍ଷ ଧରି ଏହି ପୂଜା ଅନୁଷ୍ଠିତ ହୋଇଆସୁଛି। ସୁସଜ୍ଜିତ ତୋରଣ ଓ ଆଲୋକମାଳାରେ ସ୍ଥାନୀୟ ଅଞ୍ଚଳ ଉତ୍ସବ ମୁଖରିତ ହୋଇଉଠିଛି। ନିକଟସ୍ଥ ନନ୍ଦିସାହି ପୋଖରୀରୁ ଅପରାହ୍ନରେ କଳସ ବୁଡ଼ାଯାଇ ଜଳ ଅଣାଯାଇଥିଲା। ଶଙ୍ଖ, ହୁଳହୁଳି, ଘଣ୍ଟ ଧ୍ୱନୀରେ ଏକ ନିଆରା ପରିବେଶ ସୃଷ୍ଟି ହୋଇଥିଲା। ବୁଦ୍ଧଦେବ ଜେନା, କାମପାଳ ନାୟକ, ସଦାଶିବ ଚକ୍ର, ଶଙ୍କର୍ଷଣ ନାୟକ, ଭଗବାନ ନାୟକ, ଗୋପାଳ ନାୟକ, ବାବାଜୀ ଜେନା, ରୁଦ୍ର ନାରାୟଣ ଜେନା, ନଟବର ସା, ନାରାୟଣ ସେଠୀ, ଉପେନ୍ଦ୍ର ସେଠୀ, ସୁଦାମ ରଣା, ସନାତନ ଜେନା, ସୁଶାନ୍ତ ନାୟକ, ପଙ୍କଜ ଜେନା, ଜଗନ୍ନାଥ ନାୟକ ପ୍ରମୁଖ କମିଟି ସଦସ୍ୟ ପୂଜା କାର୍ଯ୍ୟ ପରିଚାଳନାରେ ସହଯୋଗ କରୁଛନ୍ତି। ରୀତିନୀତି ଅନୁଯାୟୀ ବାବାଜୀ ତ୍ରିପାଠୀ, ମାୟାଧର ଦାଶ ପ୍ରମୁଖ ପୂଜା କାର୍ଯ୍ୟ ତୁଲାଉଛନ୍ତି। ୭ଦିନ ଧରି ଏହି ପୂଜା ଚାଲିବ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରାଯିବ। ସେହିପରି ଶାଳଣିଆ, ଅଣା,ଛେନାପଦୀ, ତରତରା, ହାଟଡିହୀ ହାଇସ୍କୁଲ ଛକ ଓ ସୋସୋ ଥାନା ଅଧୀନ ବିଭିନ୍ନ ସ୍ଥାନରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଛି।