୩୭ ବର୍ଷର ପରମ୍ପରା ଭାଙ୍ଗିଲେ ବିଗ୍‌ ବି: ରବିବାର ସନ୍ଧ୍ୟାରେ ଜଲ୍‌ସାରେ ଭେଟିବେନି ଲୋକଙ୍କୁ

ମୁମ୍ବାଇ: ବିଗ୍‌ ବି ପ୍ରତି ରବିବାର ଘର ବାହାରେ ସନ୍ଧ୍ୟାରେ ଲୋକଙ୍କୁ ଭେଟିଥାନ୍ତି। ଏହି ପରମ୍ପରା ୩୭ ବର୍ଷ ଧରି ୧୯୮୨ଠାରୁ ଜାରି ରହିଥିଲା। ତେବେ କରୋନା ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ବିଗ୍‌ ବି ଚଳିତ ରବିବାର ଦିନ ଏଭଳି ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ସେ ଟୁଇଟ୍‌ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଲୋକଙ୍କ ତାଙ୍କ ବାସଭବନ ଜଲ୍‌ସା ନିକଟରେ ସନ୍ଧ୍ୟାରେ ଭିଡ଼ ନ ଜମାଇବା ଲାଗି ପରାମର୍ଶ ଦେଇଛନ୍ତି। ଭିଡ଼ରୁ ଦୂରେଇ ରହି ସୁରକ୍ଷିତ ରହିବାକୁ ସେ ଲୋକଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି।

Share