Categories: ଖେଳ

୩୭ ବର୍ଷୀୟ ଏହି କ୍ରିକେଟରଙ୍କ ପାଇଁ ଯୁବତୀ ଖୋଜୁଛନ୍ତି ହରଭଜନ ସିଂ

ଭାରତୀୟ ଦଳର ପୂର୍ବତନ କ୍ରିକେଟର ହରଭଜନ ସିଂ ସାଥୀ ଖେଳାଳି ଅମିତ ମିଶ୍ରଙ୍କ ବିବାହ ପାଇଁ ଯୁବତୀ ଖୋଜୁଛନ୍ତି। ଟୁଇଟରରେ ଭଜ୍ଜି ଏହି ସୂଚନା ଦେଇଛନ୍ତି। ନଭେମ୍ବର ୨୪ରେ ଅମିତ ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ହରଭଜନ ତାଙ୍କୁ ମଜାଳିଆ ଅନ୍ଦାଜ୍‌ରେ ଜନ୍ମଦିନ ଶୁଭେଚ୍ଛା ଦେବା ସହ ଖୁବଶୀଘ୍ରଙ୍କ ତାଙ୍କ ବିବାହ ହୋଇଯାଉ ବୋଲି କାମନା କରିଛନ୍ତି। ଯଦି କୌଣସି ଘରୋଇ ଝିଅ ଅଛି ତ କୁହନ୍ତୁ, ଭାଇର ବିବାହ କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଅମିତ ମିଶ୍ର ଦୀର୍ଘ ୧୬ ବର୍ଷ ହେବ କ୍ରିକେଟ ଜଗତରେ ସକ୍ରିୟ ଅଛନ୍ତି। ସେ ଭାରତ ପକ୍ଷରୁ ୨୨ଟି ଟେଷ୍ଟ ଏବଂ ୩୬ଟି ଏକ ଦିବସୀୟ ମ୍ୟାଚ୍‌ ଖେଳିଛନ୍ତି। ସେ ୨୦୧୬ ଡିସେମ୍ବରରେ ଭାରତ ପକ୍ଷରୁ ଶେଷଥର ପାଇଁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ।

Share