Categories: ଜାତୀୟ

୩୭ ବର୍ଷ ପରେ ନାଗାଲାଣ୍ଡରେ ବରଫପାତ

କୋହିମା, ୩୦।୧୨:ଉତ୍ତର ଭାରତରେ ପ୍ରବଳ ଶୀତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଅନେକ ସ୍ଥାନରେ ପାରଦ ୩ ଡିଗ୍ରୀ ତଳକୁ ଖସିଛି। ଲୋକେ ଘରୁ ବାହାରିବା ଅସମ୍ଭବ ହୋଇପଡିଛି। ପ୍ରବଳ ଥଣ୍ଡା ଯୋଗୁ ଅନେକ ସ୍ଥାନରେ ବରଫପାତ ହୋଇଛି। ଦୀର୍ଘ ୩୭ ବର୍ଷ ପରେ ନାଗାଲାଣ୍ଡରେ ବରଫପାତ ହୋଇଛି। ସୁରୁହୋତୋ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଏଚ.ଖେହୋଭି ବରଫପାତର କିଛି ଦୃଶ୍ୟ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ବରଫପାତ ଦୃଶ୍ୟକୁ ଲୋକେ ଉପଭୋଗ କରୁଥିବା ଦେଖାଯାଇଛି।

Share