୩୮୦ ବର୍ଷ ଧରି ପାଳିତ ହେଉଥିବା ରିଓ ଉତ୍ସବରେ ଗଣେଶଙ୍କ ମେଢ଼

ରିଓ ଡି ଜେନେରିଓ,୨୬।୨: ଭାରତରେ ଅଗ୍ରପୂଜ୍ୟ ଗଣେଶଙ୍କୁ ପୂଜା କରାଯାଇଥାଏ। ତେବେ ବିଦେଶରେ ମଧ୍ୟ ଗଣପତିଙ୍କ ବହୁ ମନ୍ଦିର ରହିଛି। ବ୍ରାଜିଲ୍‌ର ରିଓ ଡି ଜେନେରିଓରେ ପ୍ରତିବର୍ଷ ପାଳିତ ହେଉଥିବା ରିଓ ଉତ୍ସବରେ ଗଣେଶଙ୍କ ମେଢ଼ ଦେଖିବାକୁ ମିଳିଛି। ଏହି ଉତ୍ସବ ଗତ ୩୮୦ ବର୍ଷ ଧରି ପାଳିତ ହେଉଛି। ଏହି ଉତ୍ସବ ୫ ଦିନ ଧରି ପାଳିତ ହୋଇଥାଏ। ୧୬୪୦ଠାରୁ ଏହି ଉତ୍ସବ ଅନୁଷ୍ଠିତ ହେଉଛି। ୧୮୪୦ରେ ଏହି ଉତ୍ସବରେ ମୁଖାପିନ୍ଧି ନୃତ୍ୟ କରିବାକୁ ଅନୁମତି ମିଳିଥିଲା। ସେହିପରି ୧୯୧୭ରେ ଊତ୍ସବରେ ସାମ୍ବା ପରେଡ଼କୁ ସାମିଲ କରାଯାଇଥିଲା। ଚଳିତ ବର୍ଷ ଏହି ଉତ୍ସବରେ ୧୩ ସାମ୍ବା ସ୍କୁଲକୁ ସାମିଲ କରାଯାଇଥିଲା। ପ୍ରତି ସାମ୍ବା ସ୍କୁଲ ଏକ ଘଣ୍ଟା ଧରି ନିଜର ନୃତ୍ୟ ପରିବେଷଣ କରିଥିଲେ। ଚଳିତ ବର୍ଷ ଏହି ଉତ୍ସବ ଫେବୃୟାରୀ ୨୬ରେ ଶେଷ ହୋଇଛି।

Share