Advertisement

୩୮ ଗ୍ରାମ୍‌ ବ୍ରାଉନ ସୁଗାର ଜବତ: ୨ ଗିରଫ

ଜଗତ୍‌ସିଂହପୁର ଅଫିସ,୩।୧: ଜଗତ୍‌ସିଂହପୁର ଜିଲା ଅବକାରୀ ବିଭାଗ, ଜଗତ୍‌ସିଂହପୁର ଥାନା ଅବକାରୀ ବିଭାଗ ଓ ସ୍ପେସିଆଲ ଫ୍ଲାଇଂ ସ୍କ୍ବାଡ୍‌ ମିଳିତ ସହଯୋଗରେ ସ୍ଥାନୀୟ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଶୁକ୍ରବାର ମିଳିତ ଚଢ଼ାଉ ହୋଇଛି। ଏହି ଚଢ଼ାଉରେ ପୋଲିସ ୩୮ ଗ୍ରାମ୍‌ ବ୍ରାଉନ ସୁଗାର ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କଲେଜ ଛକ ଅଞ୍ଚଳର ରବୀନ୍ଦ୍ରନାଥ ଭୋଇ ଓ ମାର୍କଣ୍ଡପୁର ଅଞ୍ଚଳର ଦୀପକ ଦାସ। ରବୀନ୍ଦ୍ରଙ୍କଠାରୁ ୧୭ ଗ୍ରାମ୍‌ ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ ଦୀପକଙ୍କ ଠାରୁ ୨୧ ଗ୍ରାମ୍‌ ବ୍ରାଉନ ସୁଗାର ଜବତ କରାଯାଇଛି। ଦୀପକଙ୍କଠାରୁ ଗତ ୨୦ ଦିନ ତଳେ ୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ହେବା ସହ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ସେ ୫ଦିନ ତଳେ ଜାମିନରେ ଆସି ପୁଣି ଏହି ବେପାର କରୁଥିଲେ। ତେବେ ଏହି ୩୮ ଗ୍ରାମ୍‌ ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ରତିକାନ୍ତ ପଣ୍ଡା ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share