Categories: ଖେଳ

୩୮ ବର୍ଷରେ ଯୁବରାଜ: ୬ ବଲରେ ୬ଟି ଛକ୍କା ମାରି ଇଂଲଣ୍ଡ ଟିମ୍‌କୁ ଦେଇଥିଲେ କନ୍ଦାଇ

ନୂଆଦିଲ୍ଲୀ, ୧୨।୧୨: ଭାରତୀୟ କ୍ରିକେଟର ଯୁବରାଜ ସିଂ ଗୁରୁବାର ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୧ ଡିସେମ୍ବର ୧୨ରେ ଚଣ୍ଡିଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ। ଯୁବରାଜଙ୍କୁ ପ୍ରଶଂସକ ସ୍ନେହରେ ଯୁବି ବୋଲି ଡାକିଥାନ୍ତି। ୨୦୦୭ରେ ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚ୍‌ରେ ଯୁବରାଜ ଷ୍ଟୁଆର୍ଟ ବୋର୍ଡଙ୍କ ୬ଟି ବଲରେ ୬ଟି ଛକ୍କା ମାରି ଉପସ୍ଥିତ ଦର୍ଶକଙ୍କୁ କରିଥିଲେ ସ୍ତମ୍ଭୀଭୁତ। ପ୍ରଶଂସକଙ୍କ କରତାଳିରେ ଉଛୁଳି ଉଠିଥିଲା ସାରା ଷ୍ଟାଡିୟମ୍‌। ଏହାପର ଓଭରରେ ମଧ୍ୟ ଯୁବରାଜ କରିଥିଲେ ଧୂଆଁଧାର ବ୍ୟାଟିଂ। ମାତ୍ର ୧୨ଟି ବଲରେ ସେ ପୂରଣ କରିଥିଲେ ଅର୍ଦ୍ଧ ଶତକ। ଯୁବରାଜଙ୍କ ବ୍ୟାଟିଂ ନୈପୁଣତା ଦେଖି ଇଂଲଣ୍ଡ ଟିମ୍‌ର ହୋସ୍‌ ଉଡିଯାଇଥିଲା।

Share