୩୮ ବୋଇଂ ବିମାନରେ ଦେଖାଦେଲା ତ୍ରୁଟି

ନ୍ୟୁୟର୍କ,୧୨।୧୦: ବିମାନ ଓ ରକେଟ୍‌ ପ୍ରସ୍ତୁତକାରୀ ଆମେରିକା କମ୍ପାନୀ ବୋଇଂ ଏରୋସ୍ପେଶ ଏବେ ପୁଣିଥରେ ଅଡୁଆରେ ପଡିଛି। ଗତବର୍ଷ ଅକ୍ଟୋବର ଓ ଚଳିତ ବର୍ଷ ମାର୍ଚ୍ଚରେ ଦୁର୍ଘଟଣା ଗ୍ରସ୍ତ ହେବା ପରେ କମ୍ପାନୀ ୭୩୭ ବୋଇଂ ବିମାନର ଉଡାଣକୁ ସ୍ଥଗିତ ରଖିଛି। ଏବେ ଏହାର ପ୍ରାୟ ୩୮ଟି ପୁରୁଣା ବିମାନର ଗୁରୁତ୍ୱପୂର୍ଣ୍ଣ ଅଂଶରେ ତ୍ରୁଟି ଦେଖାଯାଇଥିବା ଜଣାପଡିଛି। ଏହାପରେ ଏହି ବିମାନର ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share