୩୮ ୟୁନିଟ୍‌ ରକ୍ତ ସଂଗୃହୀତ

ପାଟଣା,୧।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଶୁକ୍ରବାର ବ୍ଲକ ବିଜେଡି ତରଫରୁ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କରୋନା ଭୂତାଣୁ ସଂକ୍ରମଣ ସକାଶେ ଏବେ ଲକ ଡାଉନ ସମୟ ଚାଲିଥିବା ବେଳେ ଜିଲା ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବକୁ ଭରଣା କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଛି ବୋଲି ପାଟଣା ବିଧାୟକ ଜଗନ୍ନାଥ ନାଏକ ସୂଚନା ଦେଇଛନ୍ତି। ରକ୍ତଦାନ ଶିବିରରେ ଶୁକ୍ରବାର ସାମାଜିକ ଦୂରତ୍ୱ ଅବଲମ୍ବନ କରି ମୋଟ ୩୮ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ଏହି ଶିବିରରେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ରାଜ୍ୟ ବିଜେଡି ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀ, ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, ଯୁବନେତା ମିତ୍ରଭାନୁ ମହାନ୍ତ, ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାଏକ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ସ୍ଥାନୀୟ ସରପଞ୍ଚ ଚକ୍ରଧର ନାଏକ, ସମିତି ସଭ୍ୟ ବିଭୁତି ଭୂଷଣ ନାଏକ, ନାରୀ ନେତ୍ରୀ ମିନା ମାଝୀ ଓ ସୌମ୍ୟ ରଞ୍ଜନ ରାଉତ ପ୍ରମୁଖ ଯୋଗଦେଇ ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ରକ୍ତ ଦାତାମାନଙ୍କୁ ଉତ୍ସାହିତ କରିଥିଲେ।

Share