୩୯ରେ ରିୟା ସେନ : ବିବାହ ପୂର୍ବରୁ ଗର୍ଭବତୀ ଥିବା ନେଇ ହୋଇଥିଲା ଚର୍ଚ୍ଚା

ମୁମ୍ବାଇ: ବଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ସୁନ୍ଦରୀ ରିୟା ସେନ୍‌ ଶୁକ୍ରବାର ୩୯ ବର୍ଷରେ ପଦାର୍ପଣ କରିଛନ୍ତି । ସେ ୧୯୮୧ ଜାନୁୟାରୀ ୨୪ରେ କୋଲକତାଠାରେ ଜନ୍ମଗ୍ରହଣ କରିଥିଲେ। ନିଜର ବୋଲ୍ଡ୍‌ ନେସ୍‌ ପାଇଁ ରିୟା ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚିତ ରହିଛନ୍ତି। ୧୯୯୧ରେ ଫିଲ୍ମ ବିଷକନ୍ୟାରେ ସେ ଚାଇଲ୍ଡ ଆର୍ଟିଷ୍ଟ୍‌ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୧୬ ବର୍ଷ ବୟସରେ ରିୟା ଫାଲଗୁନୀ ପାଠକଙ୍କ ‘ୟାଦ୍‌ ପିୟା କି ଆନେ ଲଗି’ରେ ଦର୍ଶକଙ୍କ ମନକୁ କିଣି ନେଇଥିଲେ। ୨୦୦୧ରେ ଏନ୍‌.ଚନ୍ଦ୍ରାଙ୍କ ଫିଲ୍ମ ଷ୍ଟାଇଲ୍‌ରେ ଲିଡ୍‌ ରୋଲ୍‌ରେ ଡେବ୍ୟୁ କରିଥିଲେ। ୨୦୧୭ରେ ସେ ଶିବମ୍‌ ତିଓ୍ବାରୀଙ୍କ ସହିତ ଲୁଚିଛପି ବିବାହ କରିଥିଲେ। ଏହାକୁନେଇ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା ଜାରି ରହିଥିଲା। ତେବେ ରିୟା ବିବାହ ପୂର୍ବରୁ ଗର୍ଭବତୀ ଥିବା ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା।

Share