Categories: ଜାତୀୟ

୩ ଅଯୋଗ୍ୟ ଘୋଷିତ ବିଧାୟକ ଯିବେ ସୁପ୍ରିମ୍‌କୋର୍ଟ: ବାଚସ୍ପତିଙ୍କ ନିଷ୍ପତ୍ତିକୁ କଂଗ୍ରେସ-ଜେଡିଏସ୍‌ କଲେ ସ୍ବାଗତ

ବେଙ୍ଗାଲୁର୍‌,୨୮।୭: କର୍ନାଟକରେ କ୍ଷମତା କନ୍ଦଳ ଡ୍ରାମା ଶେଷ ହେବାର ନାଁ ଧରୁନି। ବାଚସ୍ପତି ଆର୍‌ ରମେଶ କୁମାର ଗୁରୁବାର ୩ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ। ଏହା ପରେ ରବିବାର ୧୪ ବିଧାୟକଙ୍କୁ ମଧ୍ୟ ସମଦଶା ଭୋଗିବାକୁ ପଡ଼ିଛି। ତେବେ ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଥିବା ୩ ବିଧାୟକ ସୋମବାର ଏନେଇ ସୁପ୍ରିମ୍‌କୋର୍ଟରେ ଆବେଦନ କରିବେ। ଅନ୍ୟ ୧୪ ବିଧାୟକ ମଧ୍ୟ ସେମାନଙ୍କୁ ଅନୁସରଣ କରିବାର ସମ୍ଭାବନା ରହିଛି। କର୍ନାଟକ ରାଜନୈତିକ ଡ୍ରାମାରେ ବାଚସ୍ପତିଙ୍କ କାର୍ଯ୍ୟକୁ କଂଗ୍ରେସ ଏବଂ ଜେଡିଏସ୍‌ ପକ୍ଷରୁ ସ୍ବାଗତ କରାଯାଇଛି।

Share