Categories: ଖେଳ

୩ ଓଭର ମେଡେନ ପକାଇବା ରେକର୍ଡ ଅଧିକାରୀ ଦୀପ୍ତି

ନୂଆଦିଲ୍ଲୀ,୨୫।୯: ଅଲରାଉଣ୍ଡର ଦୀପ୍ତି ଶର୍ମା ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୁରାଟଠାରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ଏକ ବିରଳ ରେକର୍ଡ ଅଧିକାରୀ ହୋଇଛନ୍ତି। ସେ ୪ ଓଭର ବୋଲିଂ କରି ୮ ରନ୍‌ ବ୍ୟୟରେ ୪ ଉଇକେଟ ନେଇ ଭାରତୀୟ ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତାଙ୍କ କୋଟାରେ ୩ ଓଭର ମେଡେନ ରହିଥିଲା। ପ୍ରଥମ ଥର ପାଇଁ କୌଣସି ଭାରତୀୟ ବୋଲର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ୩ ମେଡେନ ଓଭର ପକାଇଛନ୍ତି। ତାଙ୍କର ପ୍ରଥମ ୩ ଓଭର ମେଡେନ ରହିବା ପରେ ୪ର୍ଥ ଓଭରରେ ୮ ରନ୍‌ ବ୍ୟୟ କରିଥିଲେ। ପ୍ରଥମ ଦୁଇ ଓଭରକୁ ମେଡେନ ରଖିବା ସହ ଉଇକେଟ ମଧ୍ୟ ଉଇକେଟ ମଧ୍ୟ ନେଇଥିଲା। ତେବେ ପୁରୁଷ ଅନ୍ତର୍ଜାତୀୟ କ୍ରିକେଟରେ କୌଣସି ବୋଲର ଏପର୍ଯ୍ୟନ୍ତ ୩ ଓଭର ମେଡେନ ପକାଇ ନାହାନ୍ତି। କିନ୍ତୁ ୩ ଓଭର ବୋଲିଂ କରି ୨ଟି ମେଡେନ ନେଇଥିବା ବୋଲରଙ୍କ ତାଲିକାରେ ଭାରତୀୟ ପେସର ଯଶପ୍ରୀତ ବୁମରାଙ୍କ ନାମ ରହିଛି।

Share