Categories: ଜାତୀୟ

୩ କରୋନା ରୋଗୀ ଚିହ୍ନଟ

ନୂଆଦିଲ୍ଲୀ,୩ା୩(ପି.ଟି.): ଭାରତରେ ଆଉ ୩ ଜଣ କରୋନା ରୋଗୀ ଦିଲ୍ଲୀ, ତେଲଙ୍ଗାନା ଓ ଜୟପୁରରୁ ଚିହ୍ନଟ ହୋଇଛନ୍ତି। ଇଟାଲୀରୁ ଦିଲ୍ଲୀ ଆସିଥିବା ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ଥିବା ଜଣାପଡିଛି। ତେଲେଙ୍ଗାନାରେ କରୋନା ସଂକ୍ରମିତ ବ୍ୟକ୍ତି ଜଣକ ପୂର୍ବରୁ ଦୁବାଇ ଯାଇଥିଲେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ସେହିପରି ଇଟାଲୀରୁ ଫେରିଥିବା ଅନ୍ୟ ଜଣେ ସଂକ୍ରମିତ ଥିବା ଜୟପୁରରେ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା କରାଯାଉଛି। ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସାନି ଆଡଭାଇଜରି ଜାରି କରାଯାଇଛି। ବିମାନ ବନ୍ଦରଗୁଡ଼ିକରେ ଯାଞ୍ଚ ବଢ଼ାଇବାକୁ କୁହାଯିବା ସହ ଅତ୍ୟଧିକ ସଂକ୍ରମିତ ଦେଶକୁ ନ ଯିବା ଲାଗି ନାଗରିକଙ୍କୁ ପରାମର୍ଶ ଦିଆଯାଇଛି। ୨୧ଟି ବିମାନ ବନ୍ଦର, ୧୨ଟି ବୃହତ ଓ ୬୫ଟି କ୍ଷୁଦ୍ର ବନ୍ଦରରେ ଯାତ୍ରୀମାନଙ୍କୁ ଯାଞ୍ଚ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୨୫,୭୩୮ ଜଣଙ୍କୁ ନଜରରେ ରଖାଯାଇଛି। ଅତି ଜରୁରୀ ନ ଥିଲେ ଚାଇନା, ଇରାନ, ଇଟାଲୀ, ଦକ୍ଷିଣ କୋରିଆ ଓ ସିଙ୍ଗାପୁର ନ ଯିବା ଲାଗି ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ୩୭ ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ରଖାଯାଇ ଚିକିତ୍ସା କରାଯାଉଛି। ଇରାନ ଓ ଇଟାଲୀରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ସେଠାକାର ସରକାରଙ୍କ ସହ ଆଲୋଚନା ଚାଲିଥିବା ମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କଠାରେ କରୋନା ଭୂତାଣୁ ଥିବା ଜଣାପଡିଛି।

Share