ତାଳଚେର,୮ା୧(ନି.ପ୍ର.)- ଢେଙ୍କାନାଳ ଏମ୍ପି ମହେଶ ସାହୁ ମଙ୍ଗଳବାର ତାଳଚେର ଅଞ୍ଚଳର ହିଙ୍ଗୁଳା ମହାବିଦ୍ୟାଳୟ, ବଲଣ୍ଡାସ୍ଥିତ ନୀଳକେଣ୍ଠଶ୍ୱର ମହାବିଦ୍ୟାଳୟ ଏବଂ ଥର୍ମାଲର ଗଡତଳ ଆଞ୍ଚଳିକ ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହି ଅବସରରେ ଏମ୍ପି ସାହୁ ଉକ୍ତ କଲେଜଗୁଡିକର ଶିକ୍ଷାନୀତି, ଶୈକ୍ଷିକ ବାତାବରଣ, ପାଠପଢ଼ା ଶୈଳୀ ଏବଂ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ସମ୍ପର୍କରେ ଅଧ୍ୟକ୍ଷ ଓ ଅଧ୍ୟାପିକା ଅଧ୍ୟାପକଙ୍କ ସହିତ ଆଲୋଚନା କରିଥିଲେ। କଲେଜରେ ଛାତ୍ରୀଛାତ୍ରମାନଙ୍କ ଉପସ୍ଥାନ ଯେପରି ୭୫ ପ୍ରତିଶତ ରହିବ ସେଥିପ୍ରତି ଧ୍ୟାନ ଦେବାକୁ ଏମ୍ପି ଅଧ୍ୟାପିକା ଅଧ୍ୟାପକମାନଙ୍କୁ ପରାମର୍ଶ ଦେଇଥିଲେ।