Categories: ଜାତୀୟ

୩ କୋଟି ପରିବାର ସହ ସମ୍ପର୍କ କରିବ ଭାଜପା

ନୂଆଦିଲ୍ଲୀ,୨୨ା୧୨: ସିଏଏକୁ ନେଇ ଦେଶବ୍ୟାପୀ ବିରୋଧର ସମ୍ମୁଖୀନ ହୋଇଥିବା ଶାସକ ଭାଜପା ଆଗାମୀ ୧୦ ଦିନରେ ୩ କୋଟି ପରିବାର ନିକଟରେ ପହଞ୍ଚତ୍ ଉକ୍ତ ଆଇନ ସମ୍ପର୍କରେ ବୁଝାଇବାକୁ ଯୋଜନା କରିଛି। ସିଏଏକୁ ନେଇ ଲୋକଙ୍କ ମନରେ ରହିଥିବା ଭୁଲ ଧାରଣାକୁ ଦୂର କରିବା ପାଇଁ ଦଳ ପକ୍ଷରୁ ଶତାଧିକ ରାଲି ସମେତ ୨୫୦ରୁ ଊର୍ଦ୍ଧ୍ୱ ଖବରଦାତା ସମ୍ମିଳନୀ କରାଯିବ। ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଏହି ନିଷ୍ପତ୍ତି ନିଆଯାଇଥିବା ଦଳର ସାଧାରଣ ସମ୍ପାଦକ ଭୁପେନ୍ଦ୍ର ଯାଦବ ଗଣମାଧ୍ୟମକୁ କହିଛନ୍ତି।

Share