Categories: କଟକ

୩ କ୍ୟାମ୍ପ୍‌ରେ ରହିଲେ ରାଜ୍ୟ ବାହାରର ୧୨୧ ଶ୍ରମିକ

ବାରଙ୍ଗ,୧ା୪(ଡି.ଏନ୍‌.ଏ)- ଚନ୍ଦକା ଥାନା ଅଧୀନରେ ହୋଇଛି ୩ଟି ଆଶ୍ରୟସ୍ଥଳୀ। ମେଣ୍ଢାଶାଳ ଓ ଛତାବର ପଂଚାୟତ ଅଧୀନରେ ଥିବା ଏହି ଆଶ୍ରୟସ୍ଥଳୀରେ ରାଜ୍ୟବାହାର ୧୨୧ଜଣ ଶ୍ରମିକଙ୍କୁ ଚନ୍ଦକା ପୋଲିସ ଅଟକ ରଖିଛି। ଝାଡ଼ଖଣ୍ଡ ରାଜ୍ୟର ୬୭ଜଣ ଶ୍ରମିକ ଚେନ୍ନାଇରେ ଏକ କୋରିୟର ସଂସ୍ଥାରେ କାର୍ଯ୍ୟ କରନ୍ତି। ତେବେ ଲକଡାଉନ ଯୋଗୁ କୌଣସିଯୋଗେ ଭୁବନେଶ୍ୱର ଆସି ସେଠାରୁ ଚନ୍ଦକା ରାସ୍ତାରେ ଫେରୁଥିବାବେଳେ ଚନ୍ଦକା ପୋଲିସ ତାଙ୍କୁ କାଟେଣୀ ଛକରେ ରୋକିଥିଲା। ପରେ ୫ଟି ଗାଡ଼ି ସହ ଏହି ଶ୍ରମିକମାନଙ୍କୁ ଆଣି ଛତାବରସ୍ଥିତ ବାଉରୀବନ୍ଧୁ ମହାବିଦ୍ୟାଳୟରେ ରଖିଥିଲା। ଏମାନଙ୍କ ମଧ୍ୟରେ ଜଣେ ଗର୍ଭବତୀଙ୍କ ସମେତ ଅନ୍ୟ ୫ଜଣ ମହିଳା ଥିବାର ଜଣାପଡିଛି। ସେହିପରି ଡେରାସ ସିଫୁଡ୍‌ପାର୍କରେ ପଶ୍ଚିମବଙ୍ଗର ୨୯ଜଣ କାର୍ଯ୍ୟରତ ଶ୍ରମିକମାନଙ୍କୁ ଅସ୍ଥାୟୀ ଶିବିରରେ ପୋଲିସ ଆଣି ରଖିଛି। ସେହିପରି ଭାବେ ଅଙ୍ଗାରପଡା ପଞ୍ଚାୟତରେ ପାଇଖାନା ନିର୍ମାଣ କରୁଥିବା ପଶ୍ଚିମବଙ୍ଗର ୨୫ଜଣ ଶ୍ରମିକଙ୍କୁ ମଧ୍ୟ ଅନ୍ୟ ଏକ ଅସ୍ଥାୟୀ ଶିବିରରେ ରଖାଯାଇଥିବାର ଜଣାପଡ଼ିଛି।