୩ ଖାନ୍‌ଙ୍କ ଫିଲ୍ମରେ କାମ କରିବାକୁ ମନା କରିଥିଲେ ଏହିସବୁ ଅଭିନେତ୍ରୀ

ବଲିଉଡ୍‌ରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ୩ ଖାନ୍‌ ଅର୍ଥାତ ଶାହାରୁଖ, ଅମୀର ଏବଂ ସଲମାନଙ୍କ ବିଗ୍‌ ବଜେଟ୍‌ ଫିଲ୍ମରେ କାମ କରିବାକୁ ମନା କରି ଦେଇଛନ୍ତି। ଜାଣନ୍ତୁ ଏହି ଅଭିନେତ୍ରୀମାନେ କିଏ?

ଐଶ୍ୱର୍ଯ୍ୟା ରାୟ : ଐଶ୍ୱର୍ଯ୍ୟା ଅମୀରଙ୍କ ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’ରେ କାମ କରିବାକୁ ମନା କରିଦେଇଥିଲେ। ଏହା ପଛରେ ଏକ କାରଣ ମଧ୍ୟ ରହିଛି। ଐଶ୍‌ ସେତେବେଳେ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଉଥିଲେ। ତେଣୁ ମନା କରିଦେଇଥିଲେ।

ଶିଳ୍ପା ସେଟ୍ଟୀ : ଫିଲ୍ମ ‘ବାଦ୍‌ଶାହ’ରେ ଯେତେବେଳେ ଶିଳ୍ପାଙ୍କୁ ଅଫର ମିଳିଥିଲା ସେତେବେଳେ ସେ ଶାହରୁଖ୍‌ଙ୍କ ବିଗ୍‌ ବଜେଟ୍‌ ଫିଲ୍ମରେ କାମ କରିବାକୁ ମନା କରିଥିଲେ। କିନ୍ତୁ ଶାହାରୁଖଙ୍କ ଏହି ଫିଲ୍ମ ଏକ ଟର୍ଣିଂ ପଏଣ୍ଟ ଥିଲା। ଶିଳ୍ପା ମନା କରିବା ପରେ ଏଥିରେ ଟ୍ବିଙ୍କଲ୍‌ ଖାନା ଅଭିନୟ କରିଥିଲେ। ଯାହା ହିଟ୍‌ ହୋଇଥିଲା।

ଦୀପିକା ପାଦୁକୋନ : ସଲମାନଙ୍କ କେତେକ ଫିଲ୍ମରେ ଦୀପିକା କାମ କରିବାକୁ ମନା କରିଦେଇଛନ୍ତି। ଏଇଯେମିତି ‘ସୁଲତାନ୍‌’, ‘କିକ୍‌’, ‘ଜୟ ହୋ’, ବଜରଙ୍ଗୀ ଭାଇଜାନ୍‌ ପରି ଫିଲ୍ମରେ ଦୀପିକା କାମ କରିବାକୁ ମନା କରିଦେଇଛନ୍ତି।

କାଜଲ : ଅମୀର ଖାନ୍‌ଙ୍କ ସବୁଠୁ ବଡ଼ ଆଉ ହିଟ୍‌ ଫିଲ୍ମ ‘୩ ଇଡିଅଟ୍‌ସ’ ଅଫରକୁ ମନା କରିଦେଇଥିଲେ କାଜଲ। ଇଏ ଫିଲ୍ମ ତାଙ୍କ ପାଇଁ ବଡ଼ ନୁହେଁ ବୋଲି କାଜଲ ଭାବିଥିଲେ। ପରେ ଏହି ଅଫରକୁ କରୀନା ଗ୍ରହଣ କରିଥିଲେ। ଯେଉଁ ଫିଲ୍ମ ପାଇଁ ଆଜି କରୀନା ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି।

Share