୩ ଜୁଆଆଡ୍ଡାରେ ଚଢାଉ, ୧୩ ଗିରଫ: ୪ ବାଇକ୍‌, ୨୪୩୨୦ ଟଙ୍କା ଜବତ

ଆସିକା,୪ା୧୦ (ଡି.ଏନ୍‌.ଏ.)- ଆସିକା ଥାନା ଇଲାକାର ବେଣିଆ, ନୂଆଗଁା ଓ ଦେବଭୂମି ଗ୍ରାମରେ ଚାଲିଥିବା ଜୁଆଆଡ୍ଡା ଉପରେ ଗୁରୁବାର ରାତିରେ ପୋଲିସ ଚଢାଉ କରିଥିଲା। ଏଠାରୁ ୧୩ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି। ଜୁଆଆଡ୍ଡାରୁ ୨୪ ହଜାର ୩୨୦ ଟଙ୍କା, ୪ ବାଇକ, ୯ ମୋବାଇଲ ଓ ତାସ ଜବତ ହୋଇଛି। ନଂ.୩୪୭, ୩୪୮ ଓ ୩୪୯/୧୯ରେ ତିନୋଟି ମାମଲା ରୁଜୁ କରାଯାଇ ଶୁକ୍ରବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।