୩ ଜୋନ୍‌ର ୫୯୧ ଦୋକାନରେ ଉପଲବ୍ଧ ଅତ୍ୟବଶ୍ୟକ ସାମଗ୍ରୀ: ବିଏମ୍‌ସି

ଭୁବନେଶ୍ୱର,୧୧ା୪(ବ୍ୟୁରୋ): ଭୁବନେଶ୍ୱରର ୩ ଜୋନ ଦକ୍ଷିଣ ପୂର୍ବ, ଦକ୍ଷିଣ ପଶ୍ଚିମ ଓ ଉତ୍ତର ଜୋନ୍‌ରେ ୫୯୧ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିଛି। ସମ୍ପୃକ୍ତ ଦୋକାନରୁ ରାସନ, କ୍ଷୀର ଓ ଅନ୍ୟ ଆବଶ୍ୟକୀୟ ସାମଗ୍ରୀ ଉପଲବ୍ଧ କରାଯାଇଛି। ସମ୍ପୃକ୍ତ ବ୍ୟବସାୟୀଙ୍କ ଟ୍ରେଡ୍‌ଲାଇସେନ୍ସ ଯାଞ୍ଚ ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସେମାନଙ୍କ ଦୋକାନର ତଦାରଖ କରିଛି ଓ ଦୋକାନ ଖୋଲିବାକୁ ଅନୁମତି ଦେଇଛି ବୋଲgି ଶନିବାର ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଘର ପାଖ ତଥା ପାଦ ଚଲା ବାଟରେ ଲୋକଙ୍କ ପାଇଁ ସମସ୍ତ ସେବା ଯୋଗାଇବା ପାଇଁ ବିଏମ୍‌ସି ଏପରି କାର୍ଯ୍ୟ ହାତକୁ ନେଇଥିବା ବିଏମ୍‌ସି କମିଶନର ପ୍ରେମ୍‌ଚନ୍ଦ୍ର ଚୌଧାରୀ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୬୮ ଟି ଅସ୍ଥାୟୀ ହାଟ ଓ ବଜାର ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳଗୁଡ଼ିକରେ ସେବା ଯେଗାାଉଥିବା ବିଭିନ୍ନ ଅତ୍ୟବଶ୍ୟକ ଦୋକାନଗୁଡିକୁ ମଧ୍ୟ ଖୋଲାଯାଇଛି। ତେଣୁ ଲୋକେ ଅନାବଶ୍ୟକେ ଘରୁ ନ ବାହାରି କୋଭିଡ୍‌-୧୯ର ମୁକାବିଲାରେ ସହଯୋଗ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ସମସ୍ତ ୫୯୧ ଦୋକାନର ସବିଶେଷ ତଥ୍ୟ ବିଏମ୍‌ସି ତାର ଓ୍ବେବ୍‌ ସାଇଟ୍‌ରେ ଯୋଗାଇ ଦେଇଛି। ଆବଶ୍ୟକସ୍ଥଳେ ଭୁବନେଶ୍ୱରବାସୀ ସେଗୁଡ଼ିକୁ ଯାଞ୍ଚ କରିବା ପାଇଁ ବିଏମ୍‌ସି ଅନୁରୋଧ କରିଛନ୍ତି।

Share