୩ ଟ୍ରେନ୍‌ରେ ଫେରିଲେ ୪୬୬୪ ପ୍ରବାସୀ

ଛତ୍ରପୁର,୧୭ା୫(ଡି.ଏନ.ଏ.)-ଗଞ୍ଜାମ ଜିଲା ସମେତ ଓଡିଶାର ବିଭିନ୍ନ ଜିଲାର ପ୍ରବାସୀମାନେ ଟ୍ରେନ୍‌ ଯୋଗେ ଜଗନ୍ନାଥପୁର ଷ୍ଟେଶନକୁ ଆସିବାରେ ଲାଗିଛନ୍ତିି। ଶନିବାର ମଧ୍ୟ ପ୍ରବାସୀମାନେ ଟ୍ରେନ୍‌ ଯୋଗେ ଉକ୍ତ ଷ୍ଟେଶନରେ ଆସି ପହଞ୍ଚଛନ୍ତି । ଭୋର ୫ଟା ୩୦ରେ ସୁରଟରୁ ୧୭୪୨ ଜଣଙ୍କୁ ନେଇ ଜଗନ୍ନାଥପୁର ଷ୍ଟେଶନରେ ଟ୍ରେନ୍‌ ପହଞ୍ଚତ୍ଥିଲା । ସେଥିରେ ଗଞ୍ଜାମ ଜିଲା ୧୯ ବ୍ଲକ ୧୭୦୦ ଜଣ ରହିଥିବା ବେଳେ ବାଲେଶ୍ୱରର ୨ଜଣ, ଭଦ୍ରକର ୯, କଟକର ୬, ଯାଜପୁରର ୬, ଖୋର୍ଦ୍ଧାର ୨, ନୟାଗଡର ୫, ପୁରୀ ୧୦, ସମ୍ବଲପୁରର ଜଣେ ଏବଂ ବିହାରର ଜଣେ ରହିଥିଲେ ।
ସେହିପରି ସୁରଟରୁ ଦ୍ୱିତୀୟ ଟ୍ରେନ୍‌ ପୂର୍ବାହ୍ନ ୧୦ଟାରେ ୧୧୯୯ ପ୍ରବାସୀଙ୍କୁ ନେଇ ଉକ୍ତ ଷ୍ଟେଶନରେ ପହଞ୍ଚିିଥିଲା । ଏଥିରେ ଗଞ୍ଜାମ ଜିଲାର ୨୨ ବ୍ଲକ ଓ ବ୍ରହ୍ମପୁର ମହାନଗର ନିଗମର ୭୯୬ ଜଣ ଥିବାବେଳେ ଗଜପତିର ୬୨, କଳାହାଣ୍ଡିର ୧୦୪, କନ୍ଧମାଳର ୨୪, କୋରାପୁଟର ୧୭, ମାଲକାନଗିରିର ୩୮, ନବରଙ୍ଗପୁରର ୨୭, ନୟାଗଡର ୧୯, ରାୟଗଡାର ୯୭, ସୁନ୍ଦରଗଡର ୧୧ ଏବଂ ଅନ୍ୟ ରାଜ୍ୟର ୪ ପ୍ରବାସୀ ରହିଥିଲେ ।
ସୁରଟରୁ ତୃତୀୟ ଟ୍ରେନ୍‌ ଅପରାହ୍ନ ୨ଟା ୩୦ରେ ୧୭୨୩ ଜଣ ପ୍ରବାସୀଙ୍କୁ ନେଇ ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଥିଲା। ସେଥିରେ ଗଞ୍ଜାମ ୨୧ ବ୍ଲକ ଓ ବ୍ରହ୍ମପୁର ମହାନଗର ନିଗମର ୧୬୭୦, ଅନୁଗୋଳର ୨, କଟକ ୪, ଢେଙ୍କାନାଳ ୫, ଗଜପତିର ୨, ଖୋର୍ଦ୍ଧାର ୧୧, କେନ୍ଦ୍ରାପଡା ୪, ନୟାଗଡ ୧୧ ଓ ପୁରୀର ୧୪ ପ୍ରବାସୀ ରହିଥିଲେ। ପ୍ରବାସୀ ପହଞ୍ଚିବା ପରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ପରେ ବସ୍‌ ଯୋଗେ ସେମାନଙ୍କୁ ନିଜ ଅଞ୍ଚଳର କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଥିଲା ା ସୂଚନାଯୋଗ୍ୟ, ରିପୋର୍ଟ ଲେଖାହେବା ସୁଦ୍ଧା ୩ ଟ୍ରେନ୍‌ ଜଗନ୍ନାଥପୁର ଷ୍ଟେଶନକୁ ଆସିଥିବା ଜଣାପଡିଛି।