୩ ଟ୍ରେନ୍‌ ଲୁଟେରା ଗିରଫ

ବାଲେଶ୍ୱର ଅଫିସ,୧୪।୨: ବାଲେଶ୍ୱର ଜଳେଶ୍ୱରରୁ ଖଡ଼ଗପୁର ଆର୍‌ପିଏଫ୍‌ ୍‌ଏସ୍‌ଟିଏଫ୍‌ ଦ୍ୱାରା ଶୁକ୍ରବାର ୩ ଟ୍ରେନ୍‌ ଲୁଟେରା ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ୬ଟି ମୋବାଇଲ, ଛୁରି, ଖୁର, ୨ ହଜାର ଟଙ୍କା ସହ ରୁପା ଅଳଙ୍କାର ଜବତ ହୋଇଛି। ସମସ୍ତଙ୍କୁ ପାଟଣା ଏରନାକୁଲମ ଏକ୍ସପ୍ରେସ୍‌ରୁ ଏସ୍‌ଟିଏଫ୍‌ ଗିରଫ କରିଛି। ଗିରଫ ଲୁଟେରାଙ୍କ ମଧ୍ୟରୁ ଦୁଇଜଣଙ୍କ ଘର ଖଡ଼ଗପୁର ମାଧପୁର ହୋଇଥିବା ବେଳେ ଜଣଙ୍କ ଘର ଜଳେଶ୍ୱର ଅଞ୍ଚଳରେ ବୋଲି ଜଣାପଡ଼ିଛି।