ଛତ୍ରପୁର,୨୭ା୪(ଡି.ଏନ୍.ଏ.): ତିନିଦିନ ମଧ୍ୟରେ ଅନ୍ୟ ରାଜ୍ୟରୁ ଗଞ୍ଜାମ ଜିଲାକୁ ଫେରିବାକୁ ୮୦୮୧ ଜଣ ଅନ୍ଲାଇନ୍ରେ ପଞ୍ଜୀକରଣ କରିଛନ୍ତି। ଏ ସମ୍ପର୍କରେ ଛତ୍ରପୁରସ୍ଥିତ ଡିଆରଡିଏ କାର୍ଯ୍ୟାଳୟରେ ଥିବା କୋଭିଡ୍ ସେଲ୍ରୁ ସୂଚନା ମିଳିଛି। ବାହାର ରାଜ୍ୟରୁ ଫେରିବାକୁ ଥିବା ଲୋକେ ପଞ୍ଜୀକରଣ କରିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ଏଥିସହ ଜିଲାରେ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟ, ଅଙ୍ଗନଓ୍ବାଡ଼ି କର୍ମୀମାନଙ୍କ ପକ୍ଷରୁ ଅଫ୍ଲାଇନ୍ରେ ମଧ୍ୟ ଗଞ୍ଜାମ ଫେରିବାକୁ ଥିବା ଲୋକଙ୍କ ପଞ୍ଜୀକରଣ ସେମାନଙ୍କ ପରିବାର ସଦସ୍ୟଙ୍କ ଜରିଆରେ କରାଯାଉଛି। ଲକ୍ଡାଉନ୍ ପରେ ପଞ୍ଜୀକରଣ କରିଥିବା ଲୋକ ବାହାର ରାଜ୍ୟରୁ ଗଞ୍ଜାମ ଜିଲାକୁ ଫେରିବା ପରେ ଏମାନଙ୍କୁ ୧୪ ଦିନ ସରକାରୀ କ୍ୱାରାଣ୍ଟାଇନ୍ରେ ରଖାଯିବ ବୋଲି ସୂଚନା ମିଳିଛି।