୩ ଦିନରେ ୨ ଗୁଣା ହେଲା ଆମେରିକା କରୋନା ମୃତ୍ୟୁ ସଂଖ୍ୟା: ଗଲାଣି ୪,୦୭୬ଙ୍କ ଜୀବନ

ଓ୍ବାଶିଂଟନ,୧।୪: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଇତିମଧ୍ୟରେ ଏଠାରେ ମୃତ୍ୟୁ ସଂଖ୍ୟା ୪,୦୭୬ ଛୁଇଁଛି। ଗୋଟିଏ ଦିନରେ ଏଠାରେ ୮୬୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଗତ ୩ ଦିନ ମଧ୍ୟରେ ଏଠାରେ ମୃତକଙ୍କ ସଂଖ୍ୟା ୨ ଗୁଣା ହୋଇଛି। ଦେଶରେ ୧ ଲକ୍ଷ ୮୯ ହଜାରରୁ ଅଧିକ ସଂକ୍ରମିତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ଆମେରିକାରେ ସ୍ଥିତି ଏଭଳି ହୃଦୟ ବିଦାରକ ରହିବ ବୋଲି କୁହାଯାଉଛି। ପରେ ସ୍ଥିତିରେ ସୁଧାର ଆସିବାର ଆଶା ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Share