Categories: ଜାତୀୟ

୩ ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୭।୧୦: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ୩ ଦିନିଆ ଫ୍ରାନ୍ସ ଗସ୍ତରେ ସୋମବାର ନୂଆଦିଲ୍ଲୀ ଛାଡିଛନ୍ତି। ସେଠାରେ ରାଫେଲକୁ ନେଇ ଅନୁଷ୍ଠିତ ହେବାକୁ ଥିବା ଆନୁଆଲ ଡିଫେନ୍ସ ଡାଏଲଗ ଆଣ୍ଡ ଦ ଇଣ୍ଡକସନ୍‌ ସେରିମନିରେ ସେ ଯୋଗଦେବେ। ଏବେ ଫ୍ରାନ୍ସ ଓ ଭାରତ ମଧ୍ୟରେ ଭଲ ସମ୍ପର୍କ ଥିବା ବେଳେ ରାଜନାଥଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଦୃଢ କରିବ ବୋଲି ଆଲୋଚନା ହେଉଛି। ସେଠାରେ ସେ ଭାରତ ପାଇଁ ଉଦ୍ଦିଷ୍ଟ ରାଫେଲ ବିମାନକୁ ଗ୍ରହଣ କରିବା ସହ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ସାକ୍ଷାତ୍‌ କରିବାର କାର୍ଯ୍ୟକ୍ରମ ରହିଛି।

Share