Categories: ଜାତୀୟ

୩ ଦିନ ପର୍ଯ୍ୟନ୍ତ ନିସ୍ତାର ନାହିଁ

ମୁମ୍ବାଇ,୨୯।୬: ଲଗାଣ ବର୍ଷାରେ ବେହାଲ୍‌ ହୋଇଥିବା ମାୟାନଗରୀକୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ନିସ୍ତାର ନାହିଁ। କାରଣ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ସୋମବାର ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ଏପର୍ଯ୍ୟନ୍ତ ମୁମ୍ବାଇର ଅଧିକାଂଶ ଅଞ୍ଚଳରେ ପ୍ରାୟ ୨ଶହ ମିଲିମିଟର ବର୍ଷା ରେକର୍ଡ କରାଯାଇ ସାରିଛି। ପ୍ରାୟ ସମସ୍ତ ଅଞ୍ଚଳ ଜଳାର୍ଣ୍ଣବ ଫଳରେ ସାଧାରଣ ଜୀବନଯାତ୍ରାରେ ବାଧା ଉପୁଜିଛି। ୨୦୦୫ ପରେ ମୁମ୍ବାଇରେ ଏହା ସବୁଠାରୁ ଅଧିକ ପରିମାଣର ବର୍ଷା ବୋଲି କୁହାଯାଉଛି। ଫଳରେ ଏବେ ଗରମରୁ ନିସ୍ତାର ପାଇବା ବଦଳରେ ମୁମ୍ବାଇବାସୀ ହିନସ୍ତାରେ ପଡି ଯାଇଛନ୍ତି। ଆଗାମୀ ୪୮ ଘଣ୍ଟାରେ ଆହୁରି ବର୍ଷା ସୂଚନା ଥିବାରୁ ଲୋକଙ୍କୁ ସାବଧାନ ରହିବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ଅଧିକାଂଶ ସ୍ଥାନରେ ପାଣି ପସିଯିବାରୁ କେତେକ ଯାତାୟତ ପଥରେ ପରିବର୍ତ୍ତନ କରାଯାଇଛି। ଅନେକ ସ୍ଥାନରେ ବିଜୁଳି ସମସ୍ୟା ମଧ୍ୟ ଦେଖାଦେଲାଣି।

Share