Categories: ଜାତୀୟ

୩ ଦିନ ପାଇଁ ବନ୍ଦ ହେଲା ସମସ୍ତ ଶିକ୍ଷାନୁଷ୍ଠାନ

ଥିରୁଭାନନ୍ତପୁରମ,୯।୩: କେରଳର ପଥନାମଥିଥ୍ଥ ଜିଲାପାଳ ସୋମବାରଠାରୁ ୩ ଦିନ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପଥନାମଥିଥ୍ଥ ଜିଲାରେ ରବିବାର ୫ କରୋନା ଭାଇରସ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଜିଲାପାଳ ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ବିଦେଶରୁ ଫେରିଥିବା ଏହି ଲୋକମାନେ କରୋନା ଭାଇରସରେ ପୀଡିତ ହୋଇଥିବା ଜଣାପଡିଛି। ସୋମବାର ସକାଳୁ କେରଳର ଆଉ ଜଣେ ୩ ବର୍ଷର ଶିଶୁ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଖବର ମିଳିବା ପରେ ଏବେ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ଚାଇନାରେ ପ୍ରଥମକରି କରୋନା ଭାଇରସ ଦେଖାଦେଇଥିବା ବେଳେ ଏବେ ସେଠାରେ ୩,୧୧୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦,୭୦୦ ସଂକ୍ରମିତଙ୍କ ଚିକିତ୍ସା ଚାଲିଥିବା ଜଣାପଡିଛି।

Share