୩ ନିର୍ବାଚନମଣ୍ଡଳୀରେ ବିଜେଡି ଆଗୁଆ,୩ଇଭିଏମ୍‌ ଅଚଳ

ଖୋର୍ଦ୍ଧା ଅଫିସ,୨୩।୫: ଖୋର୍ଦ୍ଧା ଜିଲା ସଦରମହକୁମାରେ ଭୋଟ ଗଣତି କେନ୍ଦ୍ରରେ ପ୍ରଥମ ରାଉଣ୍ଡରେ ଖୋର୍ଦ୍ଧା, ଚିଲିକା ଓ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀମାନେ ଆଗୁଆ ରହିଥିବା ସୂଚନା ମିଳିଛି। ଏଥିରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ୪ହଜାର ୭୮ ଭୋଟ ପାଇଥିବା ବେଳେ ଭାଜପା ପ୍ରାର୍ଥୀ କାଳୁଚରଣ ଖଣ୍ଡେଇତରାୟ ୨୬୭୨ ଭୋଟ ପାଇଥିବା ଜଣାପଡ଼ିଛି। ସେହିପରି ଭୁବନେଶ୍ୱର ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ଆଗୁଆ ଥିବା ଜଣାପଡ଼ିଛି। ଅପରପକ୍ଷରେ ଭୋଟ ଗଣତି କେନ୍ଦ୍ରରେ ୩ଟି ଇଭିଏମ୍‌ ଅଚଳ ହୋଇପଡ଼ିଥିବାରୁ ଭୋଟ ଗଣତିରେ ବାଧା ସୃଷ୍ଟି ହୋଇଛି। ପ୍ରଥମ ରାଉଣ୍ଡରୁ ଅବ୍ୟବସ୍ଥା ଦେଖାଦେଇଥିବାରୁ ଭୋଟ ଗଣତିରେ ବିଳମ୍ବ ହେବାର ସମ୍ଭାବନା ରହିଛି।

Share