୩ ପୋଲିସ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ଟୁଇଟ କରି ସୂଚନା ଦେଲେ ଡିଜିପି

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): କ୍ଷମତାର ଦୂରୁପୋଯୋଗ କରିବା ଅଭିଯୋଗରେ ଶୁକ୍ରବାର ୩ ପୋଲିସ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଅଧିକାରୀମାନେ ହେଲେ ଏସ୍‌ଆଇ ବନମାଳୀ ନାୟକ, ଏଏସ୍‌ଆଇ ବୀରବର ଲେଙ୍କା ଏବଂ କିଶୋର ବାଗ୍‌। ଓଡ଼ିଶା ସର୍ଭିସ କୋଡ୍‌, ରୁଲ-୭୧ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ନେଇ ଡିଜିପି ଟୁଇଟ୍‌ କରି ସୂଚନା ଦେଇଛନ୍ତି।

 

ପ୍ରକାଶଯୋଗ୍ୟ, ଅକ୍ଟୋବର ୨ରୁ ରାଜ୍ୟ ସରକାର ‘ମୋ’ ସରକାର କାର୍ଯ୍ୟକ୍ରମ’ ଆରମ୍ଭ କରିଛନ୍ତି। ଏଥିରେ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ତାଗିଦ କରାଯାଇଛି।

Share