୩ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ: ୬,୫୩୯ ଜଣଙ୍କୁ ମିଳିବ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୯।୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ବୈଠକରେ ୩ଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ସମ୍ପୃକ୍ତ ୩ଟି ପ୍ରକଳ୍ପରେ ମୋଟ ୧୭,୮୩୩କୋଟି ଟଙ୍କା ପୁଞ୍ଜିନିବେଶ ହେବାକୁ ଥିବାବେଳେ ଏଥିରେ ୬୫୩୯ ଜଣ ନିଯୁକ୍ତି ପାଇବେ ବୋଲି ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି। ହିଣ୍ଡାଲକୋରେ ୮ ହଜାର କୋଟି ଟଙ୍କା ନିବେଶ କରିବାକୁ ଥିବାବେଳେ ଏଥିରେ ୪୨୫୦ ଜଣ ନିଯୁକ୍ତି ପାଇବେ। ଏନଟିପିସି ସମ୍ପ୍ରସାରଣରେ ୭୬୯୮ କୋଟି ଟଙ୍କା ଏବଂ ସୁନ୍ଦରଗଡ଼ ରୁଙ୍ଗଟା ମାଇନ୍ସ ଇସ୍ପାତ ପ୍ରକଳ୍ପରେ ୨୧୩୫ କୋଟି ଟଙ୍କା ନିବେଶ କରାଯିବ। ଏହାଦ୍ୱାରା ୨୨୮୮ ଜଣ ନିଯୁକ୍ତି ପାଇବେ ବୋଲି ଶିଳ୍ପମନ୍ତ୍ରୀ କହିଛନ୍ତି।

Share