Categories: ଖେଳ

୩ ଫୁଟବଲ ପ୍ରଶଂସକ ଗିରଫ

ଲଣ୍ଡନ,୩।୧(ଏପି)- ପ୍ରିମିୟର ଲିଗ୍‌ ମ୍ୟାଚ୍‌ବେଳେ ଚେଲସି ଖେଳାଳିଙ୍କ ପ୍ରତି ବର୍ଣ୍ଣବୈଷମ୍ୟ ଭେଦଭାବ କରିଥିବା ଜଣେ ବ୍ରାଇଟନ ପ୍ରଶଂସକଙ୍କୁ ଗିରଫ କରାଯାଇଛି। ସମାନ ମ୍ୟାଚ୍‌ରେ ସମ୍ମଲିଙ୍ଗୀ ଭେଦଭାବ କରିଥିବା ଆଉ ଦୁଇ ଜଣ ପ୍ରଶଂସକ ମଧ୍ୟ ଗିରଫ ହୋଇଛନ୍ତି। ବ୍ରାଇଟନ ମୁଖ୍ୟ କାର୍ଯ୍ୟକାରୀ ପଲ ବାରବର ଏହାର ନିନ୍ଦା କରିବା ସହ ଫୁଟବଲ ପ୍ରଶଂସକଙ୍କୁ ଷ୍ଟାଡିୟମରେ କିଛି ଭୁଲ ହେଉଥିଲେ ସୂଚନା ଦେବା ପାଇଁ କହିଛନ୍ତି। ଏମାନଙ୍କ ଯୋଗୁ ଫୁଟବଲ କ୍ରୀଡ଼ାର ସମ୍ମାନହାନି ହେଉଛି। ସେମାନଙ୍କୁ ଫୁଟବଲ ଦେଖିବାରୁ ଆଜୀବନ ବାସନ୍ଦ କରାଯାଇପାରିବ। କିନ୍ତୁ ଏହା ବଡ଼ ଦଣ୍ଡ ନୁହେଁ। ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ଲାଗି ନ୍ୟାୟପାଳିକାକୁ ଅଧିକାର ଦେବା ଦରକାର କି ନାହିଁ ବୋଲି ପ୍ରଶ୍ନ ପଚାରିଛନ୍ତି। ବୁଧବାର ଖେଳାଯାଇଥିବା ମ୍ୟାଚ୍‌ ବ୍ରିଘଟନ ଓ ଚେଲସି ମ୍ୟାଚ୍‌ ୧-୧ ଗୋଲର ବରାବର ସ୍ଥିତିରେ ରହିଛି।

Share