Categories: ଜାତୀୟ

୩ ଫୁଟ ବରଫ ଚାଦରରେ ଢାଙ୍କି ହେଲା ବଦ୍ରିନାଥ

ଚାମୋଲି,୧୨।୧: ସାରା ଦେଶରେ ଶୀତ ଲହରୀ ଜାରି ରହିଥିବା ବେଳେ ଉତ୍ତର ଭାରତରେ ସ୍ଥିତି ଅସମ୍ଭାଳ। ଏଠାରେ ତୁଷାରପାତ ଯୋଗୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଡେରାଡୁନରେ ରବିବାର ସର୍ବୋଚ୍ଚ ତାପମାତ୍ରା ୪ ଡିଗ୍ରୀ ଥିବା ବେଳେ ସର୍ବନିମ୍ନ ତାପାମାତ୍ରା ଶୂନ୍‌ ଡିଗ୍ରୀ ଥିଲା। ପଣ୍ଡୁକେଶ୍ୱର ଅଞ୍ଚଳରେ ତୁଷାରପାତ ହେବା ଫଳରେ ଏଠାରେ ଥିବା ବଦ୍ରିନାଥ ମନ୍ଦିର ଉପରେ ପ୍ରାୟ ୩ ଫୁଟର ବରଫ ଢାଙ୍କି ହୋଇ ଯାଇଥିଲା। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏହି ତାପମାତ୍ରା ରହିବା ସହ ପାଗ କୋହଲା ରହିବ ଓ ତୁଷାର ପାତ ହେବ ବୋଲି ଆନୁମାନ କରିଛି ପାଣିପାଗ ବିଭାଗ।

Share