Categories: ଗଞ୍ଜାମ

୩ ଫେରାର୍‌ ଅଭିଯୁକ୍ତ ଗିରଫ

ଆସିକା,୬।୭(ଡି.ଏନ୍‌.ଏ)- ଗାଙ୍ଗପୁର ଥାନା ପାଇଲିପଡା ଗ୍ରାମରୁ ଶୁକ୍ରବାର ରାତିରେ ପୋଲିସ ୩ଜଣ ଫେରାର୍‌ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଉକ୍ତ ଗଁ।ର ସୁଦର୍ଶନ ନାୟକ, ବିପ୍ର ନାୟକ ଓ ଜୁରିଆ ନାୟକ । ଏକ ଫୌଜଦାରୀ ମାମଲାରେ ସମ୍ପୃକ୍ତ ଥାଇ ଅଭିଯୁକ୍ତମାନେ ଅଦାଲତରେ ହାଜର ହେଉନ ଥିବାରୁ ସେମାନଙ୍କ ବିରୋଧରେ ଅଦାଲତ ପକ୍ଷରୁ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା । ଏହି ପରୱାନା ବଳରେ ପୋଲିସ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ କହିଛନ୍ତି।