୩ ବଖରା ଜଳିଗଲା, ୪ ଛେଳି ଦଗ୍ଧ

ଦିଗପହଣ୍ଡି,୧୨ା୧୧(ଡି.ଏନ.ଏ.): ଦିଗପହଣ୍ଡି ବ୍ଲକ ଗଡ ସାମନ୍ତରାପୁର ଗଁାରେ ସୋମବାର ଅପରାହ୍ନ ସାଢ଼େ ୩ ଟାରେ ଅଗ୍ନିକାଣ୍ଡ ଘଟି କ୍ରିଷ୍ଣା ପାତ୍ର ଓ ନାଇନା ଗୌଡଙ୍କ ୩ ବଖରା ଜଳିଯାଇଛି। ଅଗ୍ନିକାଣ୍ଡରେ ୪ ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି। ଦିଗପହଣ୍ଡି ଅଗ୍ନିିଶମ ଅଧିକାରୀ ବିିଜୟ କୁମାର ନାୟକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିିଥିଲେ। ଅଗ୍ନିିକାଣ୍ଡରେ ୨ ପରିବାରର ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। କାର୍ତ୍ତିକ ସୋମବାର ଥିବାରୁ ପରିବାର ଲୋକେ ଗାଁ ନିକଟ ଉଜ୍ଜଳେଶ୍ୱର ଶୈବପୀଠକୁ ଚାଲିଯାଇଥିବାବେଳେ ଅଗ୍ନିକାଣ୍ଡ ଘଟିଥିଲା।

Share