୩ ବଖରା ଜଳିଗଲା

ଦିଗପହଣ୍ଡି,୨୯ା୧୨(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ଖମାରୀଗଁାରେ ରବିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଅଗ୍ନିକାଣ୍ଡ ଘଟି ବାବୁ ଗୌଡ ଓ ନାରାୟଣ ଗୌଡଙ୍କ ୩ ବଖରା ଜଳିଯାଇଛି। ଦିଗପହଣ୍ଡି ଅଗ୍ନିଶମ ଅଧିକାରୀ ପ୍ରଫୁଲ୍ଲ ବେହେରା ଓ ବଳରାମ ବେହେରାଙ୍କ ନେତୃତ୍ୱରେ କର୍ମଚାରୀମାନେ ପହଞ୍ଚତ୍ ନିଅଁା ଲିଭାଇଥିଲେ। ଅଗ୍ନିକାଣ୍ଡରେ ପ୍ରାୟ ୨୫ ହଜାର ଟଙ୍କା ମୂଲ୍ୟର ଘରକରଣା, ଆସବାବପତ୍ର, ଖାଦ୍ୟଶସ୍ୟ ଭସ୍ମୀଭୂତ ହୋଇଯାଇଛି। ବିପନ୍ନମାନଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସରପଞ୍ଚ ସନ୍ତୋଷ କୁମାର ପାତ୍ର ଦାବି କରିଛନ୍ତି।