Categories: ଜାତୀୟ

୩ ବର୍ଷରେ ମୋଦିଙ୍କ ବିଦେଶ ଗସ୍ତ ପାଇଁ ଚାର୍ଟର୍ଡ ବିମାନ ଖର୍ଚ୍ଚ ୨୫୫ କୋଟି ଟଙ୍କା

ନୂଆଦିଲ୍ଲୀ,୨୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତ ତିନି ବର୍ଷରେ ବିଦେଶ ଗସ୍ତ ପାଇଁ ଚାର୍ଟର୍ଡ ବିମାନ ଖର୍ଚ୍ଚ ୨୫୫ କୋଟି ଟଙ୍କା ହୋଇଛି। କେନ୍ଦ୍ର ବର୍ହିିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ ରାଜ୍ୟ ସଭାରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୦୧୬-୧୭ରେ ୭୬.୨୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୧୭-୧୮ରେ ଏହାର ପରିମାଣ ୯୯.୩୨ କୋଟି ଟଙ୍କା ଥିଲା। ୨୦୧୮-୧୯ରେ ଉଡାଣ ବାବଦକୁ ଖର୍ଚ୍ଚ ୭୯.୯୧ କୋଟି ଟଙ୍କା ଥିବାବେଳେ ୨୦୧୯-୨୦ ଆର୍ଥିକ ବର୍ଷର ତଥ୍ୟ ଏଯାଏ ଆସିପାରିନାହିଁ। ସେହିପରି ଦେଶ ଭିତରେ କେତେ ଟଙ୍କା ଖର୍ଚ୍ଚ ହୋଇଥିବା ପ୍ରଶ୍ନରେ ମନ୍ତ୍ରୀ କହିଥିଲେ, ଦେଶର ବିଭିନ୍ନ ସ୍ଥାନକୁ ଭିଭିଆଇପି ଏବଂ ଭିଆଇପିମାନେ ଆଇଏଏଫ ବିମାନ ଏବଂ ହେଲିକପ୍ଟରରେ ମାଗଣା ଯାତ୍ରା କରିବା ବ୍ୟବସ୍ଥା ରହିଛି। ସେହି ଆଧାରରେ ପ୍ରଧାନମନ୍ତ୍ରୀ ମାଗଣାରେ ଯାତ୍ରା କରୁଛନ୍ତି।

Share