୩ ବର୍ଷରେ ୨ ଯୁବକ ସମୁଦ୍ରରୁ ବାହାର କଲେ ୪ ହଜାର ଟନ୍‌ ପ୍ଲାଷ୍ଟିକ୍‌

ଓ୍ବାଶିଂଟନ,୪।୨: ସମୁଦ୍ରରେ ପ୍ଲାଷ୍ଟିକ୍‌ ବର୍ଜ୍ୟର ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ପୃଥିବୀ ସାରା ସଚେତନତା ଅଭିଯାନ ଜାରି ରହିଛି। ଏହି ମର୍ମରେ ଆମେରିକା ଫ୍ଲୋରିଡ଼ାର ୨ ଜଣ ଯୁବକ ଗତ ୩ ବର୍ଷ ମଧ୍ୟରେ ସମୁଦ୍ରରୁ ୪ ହଜାର ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟ ବାହାର କରିଛନ୍ତି। ଏଣ୍ଡ୍ର୍ୟୁ କୁପର ଏବଂ ଏଲେକ୍ସ୍‌ ସୁଲେଜ୍‌ ୨୦୧୭ରେ ୪-ଓସିନ୍‌ ନାମକ ଏକ କମ୍ପାନୀ ସ୍ଥାପନା କରିଥିଲେ। ପରବର୍ତ୍ତୀ ସମୟରେ କମ୍ପାନୀରେ ୩୦୦ କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତ କରାଯାଇଥିଲା। ବର୍ଜ୍ୟ ପ୍ଲାଷ୍ଟିକ୍‌ରୁ ଅନ୍ୟ ବ୍ୟବହାର ଉପଯୋଗୀ ସାମଗ୍ରୀ ନିର୍ମାଣ ଏହି କମ୍ପାନୀ ଦ୍ୱାରା କରାଯାଉଛି। ସମୁଦ୍ରରୁ ପ୍ଲାଷ୍ଟିକ୍‌ ବର୍ଜ୍ୟ ସଂଗ୍ରହ ପାଇଁ ୬ଟି ଜାହାଜକୁ କାମରେ ଲଗାଯାଇଛି। ଆମେରିକାର ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ଏସବୁ ଜାହାଜ ବୁଲିବୁଲି ସମୁଦ୍ରରୁ ବର୍ଜ୍ୟ ପ୍ଲାଷ୍ଟିକ ସଂଗ୍ରହ କରିଥାନ୍ତି। ପରେ ଏହାକୁ ସଫା କରାଯାଇ ନୂଆ ଉତ୍ପାଦ ପ୍ରସ୍ତୁତ କରାଯାଇଥାଏ।

Share