Categories: ଜାତୀୟ

୩ ବର୍ଷରେ ୫ ରାଜ୍ୟରେ ଭାଜପା ପାଇଁ ଗେମ୍‌ ଚେଞ୍ଜର୍‌ ହୋଇଛନ୍ତି ରାଜ୍ୟପାଳ

ନୂଆଦିଲ୍ଲୀ,୨୪।୧୧: ଗତ ୩ ବର୍ଷ ମଧ୍ୟରେ ୫ ରାଜ୍ୟରେ ଦେଖାଦେଇଥିବା ରାଜନୈତିକ ସଙ୍କଟରେ ରାଜ୍ୟପାଳ ଗେମ୍‌ ଚେଞ୍ଜର୍‌ ସାବ୍ୟସ୍ତ ହୋଇଛନ୍ତି। ପ୍ରତିଟି କ୍ଷେତ୍ରରେ ରାଜ୍ୟପାଳଙ୍କ ପଦକ୍ଷେପ ଉପରେ ପ୍ରଶ୍ନ ଚିହ୍ନ ଲାଗିଛି। ଚଳିତ ନଭେମ୍ବର ୨୩ରେ ମହାରାଷ୍ଟ୍ରରେ ଗଠନ କରାଯାଇଥିବା ଭାଜପା ସରକାରଙ୍କ କ୍ଷେତ୍ରରେ ରାଜ୍ୟପାଳ ଭଗତ ସିଂ କେଶିୟାରୀଙ୍କ ଭୂମିକା ରାତାରାତି ରାଜ୍ୟର ରାଜନୈତିକ ସ୍ଥିତି ବଦଳାଇଦେଇଛି। ଏହା ପୂର୍ବରୁ ୨୦୧୮ରେ କର୍ନାଟକରେ ରାଜ୍ୟପାଳ ବଜୁଭାଇ ଓ୍ବାଲା ଗେମ୍‌ ଚେଞ୍ଜର୍‌ ସାବ୍ୟସ୍ତ ହୋଇଥିଲେ। ୨୦୧୮ରେ ମେଘାଳୟ ଏବଂ ୨୦୧୭ରେ ଗୋଆରେ ରାଜ୍ୟପାଳଙ୍କୁ ଯୋଗୁ ଭାଜପା ସରକାରଙ୍କୁ ସୁଫଳ ମିଳିଥିଲା। ମଣିପୁରରେ ୨୦୧୭ରେ ରାଜ୍ୟପାଳଙ୍କ ଯୋଗୁ ଭାଜପା ପାଇଁ ନୂଆ ସୁଯୋଗ ଆସିଥିଲା। ତେବେ ସେଠାରେ ଭାଜପା ସରକାର ଗଠନ ହୋଇପାରି ନ ଥିଲା।

Share