Categories: ଖେଳ

୩ ବର୍ଷ ଜେଲ ଦଣ୍ଡ ଭୋଗିପାରନ୍ତି ସୌମ୍ୟ

ଢାକା, ୧୨।୩- ବିବାଦ ଘେରକୁ ଚାଲିଆସିଛନ୍ତି ବାଂଲାଦେଶ କ୍ରିକେଟ୍‌ ଦଳର ଆଗ ଧାଡ଼ିର ବ୍ୟାଟ୍ସମ୍ୟାନ ସୌମ୍ୟ ସରକାର। ନିଜ ବାହାଘର ଉତ୍ସବରେ ସୌମ୍ୟ ଏକ ହରିଣ ଛାଲ ବ୍ୟବହାର କରିଥିଲେ। ହରିଣ ଛାଲକୁ ଆସନ କରି ସେ ଏହା ଉପରେ ବସିଥିଲେ। ୨୭ ବର୍ଷୀୟ ଏହି ବାମହାତୀ ବ୍ୟାଟ୍ସମ୍ୟାନ ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ୩ ବର୍ଷ ଜେଲଦଣ୍ଡ ଭୋଗିପାରନ୍ତି। ରିପୋର୍ଟ ମୁତାବକ ସୌମ୍ୟ ବିବାହ ଉତ୍ସବରେ ଫୋନ୍‌ ଚୋରି ମାମଲାରେ ୨ ଜଣ ଗିରଫ ହେବାପରେ ଏହି ଘଟଣା ଏବେ ସାମ୍ନାକୁ ଆସିଛି। ସୌମ୍ୟଙ୍କ ବାପା କିଶୋରି ମୋହନ ସରକାର ମଧ୍ୟ ହରିଣ ଛାଲ ବ୍ୟବହାରରେ ସାମିଲ ଥିବା ଜଣାପଡ଼ିଛି। ବନ୍ୟଜନ୍ତୁ ସୁରକ୍ଷା ଆଇନର ଧାରା ୬ ଅନୁଯାୟୀ, ବିନା ଲାଇସେନ୍ସରେ ବନ୍ୟଜନ୍ତୁ ଛାଲ ବ୍ୟବହାର କରିଥିବାରୁ ଉଭୟ ଦଣ୍ଡିତ ହୋଇପାରନ୍ତି। ଏପରିକି ୩ ବର୍ଷ ଜେଲ ଦଣ୍ଡ ମଧ୍ୟ ହୋଇପାରେ। ଯଦି ସୌମ୍ୟଙ୍କୁ ଜେଲ ଦଣ୍ଡରେ ଦଣ୍ଡିତ କରାଯାଏ ତେବେ ସେ ଚଳିତ ବର୍ଷ ଶେଷ ଭାଗରେ ଖେଳାଯିବାକୁ ଥିବା ଆଇସିସି ଟି୨୦ ବିଶ୍ୱକପ୍‌ରେ ଖେଳିପାରିନେ ନାହିଁ। ପ୍ରକାଶଯୋଗ୍ୟ, ଗତ ୨୭ରେ ସୌମ୍ୟ ତାଙ୍କ ଦୀର୍ଘ ଦିନର ବାନ୍ଧବୀ ପ୍ରିୟୋନ୍ତି ଦେବନାଥ ପୂଜାଙ୍କୁ ବିବାହ କରିଥିଲେ।

Share