Categories: ଜାତୀୟ

୩ ବର୍ଷ ଝିଅର ଶରୀର ଦାନ କଲେ ମାତାପିତା

ଯୋଧପୁର,୭।୬: ରାଜସ୍ଥାନର ଯୋଧପୁରରେ ଜଣେ ୩ ବର୍ଷ ଝିଅର ଶରୀର ଦାନ କରି ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଝିଅଟିର ମାତାପିତା। ଏତେ କମ୍‌ ବୟସରେ ଶରୀର ଦାନ କରିବା ଏହା ଦେଶର ପ୍ରଥମ ଘଟଣା ବୋଲି କୁହାଯାଉଛି। ସୂଚନା ଅନୁଯାୟୀ, ଯୋଧପୁର ରୋଡଓ୍ବେଜରେ ଆସିଷ୍ଟାଣ୍ଡ ମ୍ୟାନେଜର ଭାବେ କାମ କରୁଥିବା ଉମ୍ମେଦ ସିଂଙ୍କ ୩ ବର୍ଷର କୋମଳ ମତି କନ୍ୟା ଜ୍ୟୋତିଙ୍କର ଗୁରୁବାର ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ ଶରୀର ଦେଶର କାମରେ ଆସିବ ଭାବି ଉମ୍ମେଦ ଓ ତାଙ୍କ ପତ୍ନୀ ଜ୍ୟୋତିଙ୍କ ଶରୀର ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ତେବେ ଜ୍ୟୋତି ଜନ୍ମରୁ ହୃଦରୋଗରେ ପୀଡିତ ଥିଲେ ଓ ୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି।

Share