Categories: ଖେଳ

୩ ବର୍ଷ ପରେ ରାହାନେଙ୍କ ଶତକ

ରାଞ୍ଚି,୨୦।୧୦- ଭାରତୀୟ ଟେଷ୍ଟ ଦଳର ଉପଅଧିନାୟକ ଅଜିଙ୍କ୍ୟ ରହାନେ ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ଘରୋଇ ମାଟିରେ ଶତକ ହାସଲ କରିଛନ୍ତି। ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟର ରାହାନେ ୬୯ତମ ଓଭରରେ ପେସର ଆନରିଚ ନର୍ଟଜେଙ୍କ ପ୍ରଥମ ବଲକୁ ଏକ ରନ୍‌ ନେଇ ଶତକ ପୂରଣ କରିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୧୧ତମ ଓ ଘରୋଇ ମାଟିରେ ୪ର୍ଥ ଶତକ। ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଲାଗି ଏହା ୭ମ ଶତକ। ତେବେ ରିପୋର୍ଟ ଲେଖାହେବା ସୁଦ୍ଧା ରାହାନେ ୧୧୫ ରନ୍‌ କରି ଅପରାଜିତ ଅଛନ୍ତି। ୧୮୯ ବଲର ସମ୍ମୁଖୀନ ହୋଇଥିବା ରାହାନେଙ୍କ ଇନିଂସରେ ୧୭ ଚୌକା ଓ ଗୋଟିଏ ଛକା ସାମିଲ ରହିଛି।

Share